Monday 1 October 2018

ଆତଙ୍କୀଙ୍କ ଗ୍ରେନେଡ୍‍ ମାଡ଼ରେ ପୁଲିସ ଶହୀଦ


ଶ୍ରୀନଗର, ୩୦/୯ : ଆତଙ୍କବାଦୀଙ୍କ ଗ୍ରେନେଡ୍‍ ମାଡ଼ରେ ଜଣେ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି  । ପୁଲିସ ସୂଚନାନୁଯାୟୀ, ଦକ୍ଷିଣ କାଶ୍ମୀରର ସୋଫିଆନ ଜିଲ୍ଲାରେ ଆଜି ସକାଳେ ଆତଙ୍କବାଦୀମାନେ ଏକ ପୁଲିସ ଷ୍ଟେସନ ଉପରକୁ ଗ୍ରେନେଡ ମାଡ଼ କରିଥିଲେ  । ପରେ ସେମାନେ ଆଖିବୁଜା ଫାୟାରିଂ କରିଥିଲେ  । ଏଥିରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ  । ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଘଟଣା ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି  । ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଚାରିପଟୁ ଘେରି ତଲାସୀ ଅଭିଯାନ କରିଛନ୍ତି  ।

No comments:

Post a Comment