Monday 29 October 2018

ସହିଦ୍ ବ୍ରଜମୋହନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ôଚିଲା


ସହିଦ୍ ବ୍ରଜମୋହନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ôଚିଲା
ସହିଦ୍ ବ୍ରଜମୋହନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ôଚିଲା ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଘଟଣା, ୫ ମାଓବାଦୀ ଗିରଫ ମାଲକାନାଗିରି, ୨୮/୧୦  ଜିଲ୍ଲାର ମାଥିଲି ଥାନା ସାଲିମି ପଚାଂୟତ ଅନ୍ତର୍ଗତ ବାରଗୁଡା ଗ୍ରାମର ଅନନ୍ତରାମ ଭୂମିଆ (୪୦)ଙ୍କୁ ଗତ ୨୩ ତାରିଖ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଘଟଣାରେ ଆଜି ଜିଲ୍ଲା ପୋଲିସ ୫ ଜଣ ମାଓବାଦୀଙ୍କୁ ଛତିଶଗଡ଼ ସୀମାନ୍ତ ତୁଳସୀ ପାହାଡ଼ରୁ ଗିରଫ କରିଛି  । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଗିରଫ ମାଓବାଦୀମାନଙ୍କ ନାମ ଗୋପନ ରଖିଛି  । ଗତ ୨୩ ତାରିଖ ରାତିରେ ଅନନ୍ତ ଗାଁ ପାଖ ଅନ୍ୟ ଏକ ଗ୍ରାମ ଧାକଡ଼ରାଶିକୁ ନାଟକ ଦେଖିବାକୁ ଯାଉଥିବା ବେଳେ ବାଟରେ ଲୁଚି ରହିଥିବା ୩୦ ରୁ ଉଦ୍ଧ୍ୱର୍ ମାଓବାଦୀ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା  । ବିଳମ୍ବିତ ରାତିରେ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ  । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ମାଥିଲି ଥାନା ପୋଲିସ ଏ ସଂକ୍ରାନ୍ତରେ ୧୦୯/୧୮ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା  । ଜିଲ୍ଲା ପୋଲିସର ଏକ ଟିମ୍ ପେଟ୍ରୋଲିଂ ବେଳେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ  । ଅଭିଯୁକ୍ତମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ରକ୍ତଲଗା ଟାଙ୍ଗିଆ ଜବତ କରାଯାଇଛି  ।

Monday 1 October 2018

ଆତଙ୍କୀଙ୍କ ଗ୍ରେନେଡ୍‍ ମାଡ଼ରେ ପୁଲିସ ଶହୀଦ


ଶ୍ରୀନଗର, ୩୦/୯ : ଆତଙ୍କବାଦୀଙ୍କ ଗ୍ରେନେଡ୍‍ ମାଡ଼ରେ ଜଣେ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି  । ପୁଲିସ ସୂଚନାନୁଯାୟୀ, ଦକ୍ଷିଣ କାଶ୍ମୀରର ସୋଫିଆନ ଜିଲ୍ଲାରେ ଆଜି ସକାଳେ ଆତଙ୍କବାଦୀମାନେ ଏକ ପୁଲିସ ଷ୍ଟେସନ ଉପରକୁ ଗ୍ରେନେଡ ମାଡ଼ କରିଥିଲେ  । ପରେ ସେମାନେ ଆଖିବୁଜା ଫାୟାରିଂ କରିଥିଲେ  । ଏଥିରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ  । ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଘଟଣା ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି  । ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଚାରିପଟୁ ଘେରି ତଲାସୀ ଅଭିଯାନ କରିଛନ୍ତି  ।